ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଡ୍ରୋନ୍ ଠାବ

ଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ନିକଟରେ ଡ୍ରୋନ୍ ଦେଖିବାକୁ ମିଳିଛି

କୌଣସି ସନ୍ଦେହଜନକ ଜିନିଷ ମିଳିନି

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ନିକଟରେ ଡ୍ରୋନ୍ ଦେଖିବାକୁ ମିଳିଛି । ସୋମବାର ସକାଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଏକ ଡ୍ରୋନ୍ ଦେଖିବାକୁ ମିଳିଥିଲା । ପ୍ରଥମେ ଏସପିଜି ଭୋର ପ୍ରାୟ ୫ଟାରେ ଡ୍ରୋନଟିକୁ ନୋ ଫ୍ଲାଇଂ ଜୋନରେ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ଯାଂଚ ସମୟରେ ୫.୩୦ରେ ଏୟାର ଟ୍ରାଫିକ କଂଟ୍ରୋଲ ରୁମକୁ ଯୋଗାଯୋଗ କରାଯାଇଥିଲା । ତେବେ ସ୍ଥାନୀୟ ଅଂଚଳରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେଭଳି କୌଣସି ସନେ୍ଦହଜନକ ଜିନିଷ ମିଳିପାରିନାହିଁ ଜଣେ ପୋଲିସ ଅଧିକାରୀ କହିଛନ୍ତି ।