ଏସସିଓ ଶିଖର ସମ୍ମିଳନୀରେ ମୋଦିଙ୍କ ପାକିସ୍ତାନକୁ ସମାଲୋଚନା

ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁଟିନ୍

କଟକଣା ଓ ଉତ୍ତେଜନା ବିରୋଧରେ ରୁଷ୍ ଠିଆ ହେବ: ପୁଟିନ

ନୂଆଦିଲ୍ଲୀ: ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ଏସସିଓ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ସମାଲୋଚନା କରିବାରେ ପଛଘୁଞ୍ଚା ଦେବା ଉଚିତ ନୁହେଁ ବୋଲି ମୋଦି କହିଛନ୍ତି। ଏହି ଅନ୍ ଲାଇନ୍ ଶିଖର ସମ୍ମିଳନୀରେ ଚୀନ୍, ପାକିସ୍ତାନ, ରୁଷିଆ ଆଦି ସଦସ୍ୟ ରାଷ୍ଟ୍ର ଯୋଗ ଦେଉଛନ୍ତି। ଅଂଶଗ୍ରହଣକାରୀ ଦେଶମାନେ ଆଞ୍ଚଳିକ ନିରାପତ୍ତା, ଅର୍ଥନୈତିକ ଯୋଗାଯୋଗ ଏବଂ ବାଣିଜ୍ୟ ସମେତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ବୈଠକ ଇରାନକୁ ଅନ୍ତର୍ଭୁକ୍ତ କରିବା ଏବଂ ବେଲାରୁସର ସଦସ୍ୟତା ପାଇଁ ଖୋଲା ସୁଯୋଗ ସୃଷ୍ଟି କରିବ।

ଭାରତ ବର୍ତ୍ତମାନ ଏସସିଓର ଅଧ୍ୟକ୍ଷ ପଦରେ ଅଛି। ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍, ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅନ୍ୟ ନେତାମାନେ ଯୋଗ ଦେଇଛନ୍ତି।

ସେପଟେ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୁଷ ରାଷ୍ଟ୍ରପତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ “ପାଶ୍ଚାତ୍ୟ ପ୍ରତିବନ୍ଧକ ଏବଂ ‘ଉତେଜନା’ ବିରୋଧରେ ତାଙ୍କ ଦେଶ ଛିଡ଼ା ହେବ। ମସ୍କୋ ଇଉରୋପିଆନ ଦେଶ ସହିତ ସମ୍ପର୍କ ବୃଦ୍ଧି କରିବାକୁ ଯୋଜନା କରିଛି ଏବଂ ବୈଦେଶିକ ବାଣିଜ୍ୟରେ ସ୍ଥାନୀୟ ମୁଦ୍ରାରେ ବୁଝାମଣାକୁ ସମର୍ଥନ କରିଛି। ଏହି ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି। ନୂଆଦିଲ୍ଲୀ ଘୋଷଣାନାମାକୁ ରୁଷ୍ ସମର୍ଥନ କରୁଛି ଯାହା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଏକ ସମନ୍ୱିତ ଆଭିମୁଖ୍ୟ ପ୍ରଦାନ କରେ। ଆମେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଜାରି ରଖିବୁ”।

ଶାଂଘାଇ ସହଯୋଗ ସଂଗଠନ ଏହାର ପ୍ରଭାବ ବିସ୍ତାର କରିବା ଏବଂ ପାଶ୍ଚାତ୍ୟ ପ୍ରଭାବର ମୁକାବିଲା କରିବାକୁ ଚାହୁଁଛି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ଚାରିଟି କେନ୍ଦ୍ରୀୟ ଏସୀୟ ଦେଶର ନେତାଙ୍କ ଉପସ୍ଥିତିରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଡକାଯାଇଥିଲା।