ମହୁମାଛି ଆକ୍ରମଣରେ ୬ ଛାତ୍ରଛାତ୍ରୀ ଆହତ

ବାଙ୍କୀ ଏନଏସି ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ମହୁମାଛି ଆକ୍ରମଣର ଶିକାର

ମଧ୍ୟାହ୍ନ ଭୋଜନ ସମୟରେ ଅଘଟଣ

କଟକ: ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି ଛାତ୍ରଛାତ୍ରୀ। ବାଙ୍କୀ ଏନଏସି ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ମହୁମାଛି ଆକ୍ରମଣରେ ପ୍ରାୟ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛି। ଆହତ ହୋଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ମଧ୍ୟାହ୍ନ ଭୋଜନ ନେଇ ଆସୁଥିବା ଗାଡି ବିଦ୍ୟାଳୟ ପରିସରରେ ଥିବା ଗଛରେ ବାଜିବାରୁ ଗଛର ମହୁମାଛି ବସା ଭାଙ୍ଗି ଯାଇଥିଲା।
ପରେ ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ମହୁମାଛି ଆକ୍ରମଣ କରିଥିଲେ। ଆହତ ପିଲାମାନଙ୍କୁ ଚିକିତ୍ସା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।