ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି

ମଧ୍ୟାହ୍ନ ଭୋଜନରେ ଝିଟିପିଟି

ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଖଣ୍ଡତଡାରେ। ଖଣ୍ଡତଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏମିତି ଅଘଟଣର ସୂଚନା ମିଳିଛି। ଅସୁସ୍ଥ ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀର ହୋଇଥିବା ସୂଚନା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ମଧ୍ୟାହ୍ନଭୋଜନ ସମୟରେ କିଛି ପିଲା ଖାଇବା ପରେ ଖାଦ୍ୟରେ ଝିଟିପିଟି ବାହାରିଥିଲା ବୋଲି ଅଭିଭାବକ କହିଛନ୍ତି।