ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଜାତିସଂଘକୁ ୧ ନିୟୁତ ଡଲାର ଦାନ କଲା ଭାରତ

ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ

ଅନ୍ତର୍ଜାତୀୟ ସ୍ତରରେ ହେବ ହିନ୍ଦୀ ଭାଷାର ପ୍ରଚାର ପ୍ରସାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଜାତିସଂଘକୁ ୧ ନିୟୁତ ଡଲାର ଦାନ କରିଛି ଭାରତ । ଜାତିସଂଘରେ ଦେଶର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ମିଳିତ ଜାତିସଂଘର ବୈଶ୍ୱିକ ଯୋଗାଯୋଗ ବିଭାଗର ଅଣ୍ଡର ସେକ୍ରେଟାରୀ ଜେନେରାଲ ମେଲିସା ଫ୍ଲେମିଂଙ୍କୁ ଏକ ଚେକ୍ ପ୍ରଦାନ କରିଛନ୍ତି, ଯାହା ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରୋସôାହିତ କରିବ । କାମ୍ବୋଜ ହିନ୍ଦୀରେ ଖବର ଏବଂ ମଲ୍ଟିମିଡିଆ ବିଷୟବସ୍ତୁକୁ ମୁଖ୍ୟସ୍ରୋତରେ ଆଣିବା ଏବଂ ସୁଦୃଢ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଛନ୍ତି ।
ଭାରତ ସରକାର ଜାତିସଂଘରେ ହିନ୍ଦୀ ଭାଷାରେ ବ୍ୟବହାରକୁ ପ୍ରୋସôାହିତ କରିବା ଓ ସାରା ବିଶ୍ୱରେ କୋଣ ଅନୁକୋଣରେ ରହୁଥିବା ହିନ୍ଦୀ ଭାଷାଭାଷୀମାନଙ୍କ ମଧ୍ୟରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ପୂର୍ବରୁ ବି ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି । ୨୦୧୮ରେ ଜାତିସଂଘର ଲୋକସୂଚନା ବିଭାଗ ସହଯୋଗରେ ଐସଦ୍ଭୟସଅଟଘ ନାମରେ ଏକ ଯୋଜନା ଆରମ୍ଭ କରି ସାରିଛନ୍ତି ।