ଯାଜପୁରରେ ଏନ୍ଏଚ୍-୧୬ରେ ଭୁଶୁଡ଼ିଲା ପୋଲ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ପୋଲର କିଛି ଅଂଶ ଭୁଶୁଡ଼ି ପଡ଼ିଛି।

ଯାନବାହନ ଚଳାଚଳ ପ୍ରଭାବିତ 

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ପୋଲର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଯାହାଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ରାଜପଥ ଚେନ୍ନାଇ-କୋଲକାତାକୁ ସଂଯୋଗ କରୁଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପୋଲର ଏକ ସ୍ପାନ ବୁଡି ଯିବାର ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। କିନ୍ତୁ ସେହି ସମୟରେ କୌଣସି ଯାନବାହାନ ଚଳାଚଳ କରୁନଥିବାରୁ ଏକ ବଡ ବିପଦ ଟଳି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ କେଉଁ କାରଣରୁ ପୋଲ ଭୁଶୁଡ଼ି ପଡ଼ିଲା ତାହା ଜଣାପଡ଼ିନଥିବା ବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି।