ପୁଣି ଠପ୍‌ ହେଲା ଟୁଇଟର୍‌, ୬ ମାସରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅନେକ ୟୁଜର୍ସମାନଙ୍କ ପାଇଁ ଟୁଇଟର କିଛି ସମୟପାଇଁ ବନ୍ଦ ହୋଇଯାଇଛି। ଆଉଟେଜ୍‌ ଟ୍ରାକ୍‌ କରୁଥିବା ୱେବସାଇଟ୍ ଡାଉନ୍‌ ଡିଟେକ୍ଟର କହିଛି ଗୁରୁବାର ଟୁଇଟର କିଛି ୟୁଜର୍ସମାନଙ୍କ ପାଇଁ କାମ କରୁନାହିଁ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଏକ ମ୍ୟାସେଜ୍ ଆସିଥିଲା ଏଥିରେ ଲେଖାଥିଲା ‘ଟୁଇଟ ଏବେ ଲୋଡ୍‌ ହେଉନାହିଁ। ପୁଣି ଥରେ ଚେଷ୍ଠା କରନ୍ତୁ’। ଚଳିତ ବର୍ଷ ଫେବୃଆରୀ ପରେ ପୁଣିଥରେ ଟୁଇଟର୍‌ରେ ଏପରି ସମସ୍ୟା ହୋଇଛି

ୱେବସାଇଟ୍‌ ଡାଉନ୍‌ ଡିଟେକ୍ଟର ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଟୁଇଟର୍ କାମ କରୁନାହିଁ ବୋଲି ୨୭ ହଜାରରୁ ଅଧିକ ଲୋକ ଅଭିଯୋଗ କରିଛନ୍ତି। ସେହିପରି ୟୁନାଇଟେଡ୍‌ କିଙ୍ଗଡମ୍‌, ମେକ୍ସିକୋ, ବ୍ରାଜିଲ୍‌ ଓ ଇଟାଲି ସହିତ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଟୁଇଟର କାମ କରୁନଥିବା ସୂଚନା ମିଳିଛି। ଏପରି କାହିଁକି ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।