ଅପରେସନ୍‌ ଜିନ୍ଦେଗୀ: ରାତି ସାରା ଖାଦ୍ୟ ଗ୍ରହଣ କରିନି ରାହୁଲ

ନୂଆଦିଲ୍ଲୀ: ଛତିଶଗଡ଼ର ବୋରୱେଲରେ ନାବାଳକ ଖସିପଡ଼ିବା ଘଟଣାରେ କିଛି ସମୟ ମଧ୍ୟରେ ଉଦ୍ଧାର ହେବ ରାହୁଲ । ରାତି ସାରା ଖାଦ୍ୟ ଗ୍ରହଣ କରିନି ରାହୁଲ । ରାତି ୯ଟା ପରଠୁ ହଲଚଲ୍ ହେଉନି ରାହୁଲ । ପଥର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ହାତ ଡ୍ରିଲିଂ ମେସିନରେ ଚାଲିଛି ଖନନ କାମ ।

ତେବେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ କହିବା ମୁତାବକ, ‘କାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନାହିଁ । ରାହୁଲ ରେସପଣ୍ଡ କରୁଛି ଓ ଆଖି ପତା ହଲାଉଛି । କଠିନ ପଥର ଆସ୍ତରଣ ପାଇଁ ସୁଡଙ୍ଗରେ ସମସ୍ୟା ହେଉଛି ।’

ଅନ୍ୟପଟେ ୧୦ ବର୍ଷର ପିଲା ରାହୁଲ ପାଇଁ ମଧ୍ୟ ସମସ୍ଥେ ଭଗବାନଙ୍କୁ ଡାକୁଛନ୍ତି । କାଲି ସକାଳୁ ରାହୁଲ କଦଳି ଖାଇଥିବା ବେଳେ ଆଉ ତା ପରଠୁ କୌଣସି ଖାଦ୍ୟ ଆଉ ଛୁଉଁନଥିବା ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ଯାହା କିଛି ବି ହଲଚଲ ହେଉଥିଲା ତାହା ବି ଧିରେ ଧିରେ କମି ଆସିଲାଣି । ତେଣୁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ରୋବୋଟିକ୍ ଟିମ୍, ସେନା, ଜିଲ୍ଲା ପ୍ରଶାସନିକ ଅଧିକାରୀ ରେସ୍କ୍ୟୁ ଅପରେସନ୍ସକୁ ଆହୁରି ଜୋରଦାର କରିଛନ୍ତି ।