ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମଗୋପାଳଙ୍କ ବିବାଦୀୟ ଟ୍ୱିଟ୍: ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରି ଫସିଲେ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା। ଏନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ରାମଗୋପାଳ ବର୍ମା ଦ୍ରୋପଦୀଙ୍କ ବିଷୟରେ ଅସୌଜନ୍ୟ ଭାବରେ ଟ୍ୱିଟ୍ କରିବାରୁ ତାଙ୍କ ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ସୁବାସ ରାଜୋରା।

ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି ” ରାମଗୋପାଳଙ୍କ ଟ୍ୱିଟ୍ ଅପମାନଜନକ, ଅତ୍ୟନ୍ତ ଅସୌଜନ୍ୟ ଓ ଏଥିରେ ତାଙ୍କର ଅନ୍ତର୍ନିହୀତ ମନ୍ଦ ଉଦ୍ଦେଶ୍ୟର ଗନ୍ଧ ବାରି ହେଇ ପଡ଼ୁଛି।” ବାନ୍ଦ୍ରା ମାନହାନୀ ପାଇଁ ଆଇପିସିର ଉଦ୍ଦିଷ୍ଠ ଧାରା ସହ ବାନ୍ଦ୍ରାର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟରେ ଅଭିଯୋଗ ହୋଇଛି। ଜାଣିଶୁଣି ଅପମାନିତ କରିବା ଶାନ୍ତି ଭଙ୍ଗ ପାଇଁ ଉସ୍‌କାଇବା, ଅପରାଧିକ ଧମକି ଆଦି ଚାର୍ଜ ଲଗାଯାଇଛି।