ଡେଙ୍ଗୁ ପାଇଁ ପ୍ରତିଷେଧକ ଟୀକା

ଆସନ୍ତା ବର୍ଷକୁ ଆସିବ ଡେଙ୍ଗୁ ରୋଗର ପ୍ରତିଷେଧକ ଟୀକା।

ପ୍ରଥମ ଥର ଡେଙ୍ଗୁର ଟୀକା

ଭୁବନେଶ୍ବର: ରାଜ୍ୟରେ ଭୟଙ୍କର ଭାବେ ତୀବ୍ର ରୂପରେ ମାଡି ଚାଲିଛି ଡେଙ୍ଗୁ। ପ୍ରତ୍ୟେକ ଦିନ ଡେଙ୍ଗୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ହସପିଟାଲରେ ଦେଖା ଦେଉଛି ବେଡର ଅଭାବ। ହେଲେ ଆସନ୍ତା ବର୍ଷକୁ ଡେଙ୍ଗୁ ସଂକ୍ରମଣଠାରୁ ରକ୍ଷା ପାଇବା ପାଇଁ ଆସିବ ଡେଙ୍ଗୁ ରୋଗର ପ୍ରତିଷେଧକ ଟୀକା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଆଜି ଯାଏ ଡେଙ୍ଗୁର କୌଣସି ଟୀକା ବା ପ୍ରତିଷେଧକ ନାହିଁ। ତେଣୁ ଆସନ୍ତା ବର୍ଷ ଆସିବାକୁ ଥିବା ଡେଙ୍ଗୁ ରୋଗର ଟୀକା ପ୍ରଥମ ହେବ।