ବାଲେଶ୍ୱର ରେଳ ଷ୍ଟେସନ ଭିତ୍ତିଭୂମି ବିକାଶ ପାଇଁ ୬.୪୯ କୋଟି ମଞ୍ଜୁର

ବାଲେଶ୍ୱର ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଅର୍ଥ ମଞ୍ଜୁର କରିଛି।

ଯାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ୱର,୮/୯: ବାଲେଶ୍ୱର ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଅର୍ଥ ମଞ୍ଜୁର କରିଛି। ଷ୍ଟେସନର ପଶ୍ଚିମ ପାର୍ଶ୍ୱରେ ଡ୍ରେନେଜ୍ ବ୍ୟବସ୍ଥାର ବିକାଶ ପାଇଁ ରେଳ ମନ୍ତ୍ରଣାଳୟ ୬ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛି।

ପୂର୍ବତଟ ରେଳପଥ ପକ୍ଷରୁ ଶୁକ୍ରବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଜୋନାଲ ରେଳବାଇ ଅଧୀନରେ ଥିବା ଭାରତୀୟ ରେଳବାଇ ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ଅଧିକ ସୁବିଧା ଯୋଗାଇବା ଲକ୍ଷ୍ୟରେ ନିୟମିତ ପଦକ୍ଷେପ ନେଉଛି। ଏହାର ଏକ ଅଂଶ ଭାବରେ ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ରେଳ ଜୋନ୍ ଅଧୀନ ବାଲେଶ୍ୱର ଷ୍ଟେସନରେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନର ପଶ୍ଚିମ ପାର୍ଶ୍ୱରେ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ୬ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛି।