ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ରାୟଗଡା ଜିଲ୍ଲାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ

ଚଳିତବର୍ଷ ବେଦାନ୍ତ ଲାଞ୍ଜିଗଡ଼ ଏକ ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକର ସିବପଦର ଗ୍ରାମକୁ ସ୍ୱାସ୍ଥ୍ୟ ସେବା ସହାୟତା ଯୋଗାଇ ଦିଆଯାଇଥିଲା।

୧୫ ଗାଁରେ ୪୦୦ ରୁ ଅଧିକ ରୋଗୀଙ୍କ ସେବା

ଲାଞ୍ଜିଗଡ଼, ୧୫ସେପ୍ଟେମ୍ବର, ୨୦୨୩: ବେଦାନ୍ତ ଲିମିଟେଡର ଲାଞ୍ଜିଗଡ଼ ୟୁନିଟ୍, ଯିଏ କି ଭାରତର ଧାତବ ବିଦ୍ୟୁତ ଆଲୁମିନାର ଏକ ପ୍ରମୁଖଉତ୍ପାଦକ, ଓଡିଶାର ଦୁର୍ଗମ ଅଂଚଳର ଅଣସଂରକ୍ଷିତ ସମ୍ପ୍ରଦାୟକୁ ବିଭିନ୍ନ ମୌଳିକ ତଥା ବିଶେଷ ସ୍ୱାସ୍ଥ୍ୟ ସେବା ଯୋଗାଇଥାଏ। ଚଳିତବର୍ଷ ବେଦାନ୍ତ ଲାଞ୍ଜିଗଡ଼ ଏକ ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକର ସିବପଦର ଗ୍ରାମକୁ ସ୍ୱାସ୍ଥ୍ୟ ସେବା ସହାୟତା ଯୋଗାଇ ୧୫ ଟି ଗାଁରେ ୪୦୦ ରୁ ଅଧିକ ରୋଗୀଙ୍କ ନିକଟରେ ପହଂଚିଥିଲା ।

ସ୍ୱାସ୍ଥ୍ୟ ଶିବିରରେ ଡାକ୍ତରଙ୍କ ଦ୍ୱାରା ଚେକ୍ ଅପ୍, ମାଗଣା ଔଷଧ ଏବଂ ରକ୍ତଚାପ, ରକ୍ତ ଶର୍କରା ଏବଂ ହିମୋଗ୍ଲୋବିନ୍ ଉପରେ ନଜର ରଖିବା ପାଇଁ ବିଶେଷ ପରୀକ୍ଷଣ କରାଯାଇଥିଲା । ଅଧିକନ୍ତୁ, ପୁଷ୍ଟିହୀନତାର ଶିକାର ହୋଇଥିବା ପିଲାମାନଙ୍କୁ ଶିଶୁ ବିଶେଷଜ୍ଞଙ୍କ ଦ୍ୱାରା ମାଗଣା ପରାମର୍ଶ ଦିଆଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ସରପଂଚ, ଶ୍ରୀ ପ୍ରକାଶ କାରସିକା, ଶିକ୍ଷକ ଏବଂ ଏହି ଅଂଚଳର ସାମାଜିକ କର୍ମୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଭବାନୀପାଟଣାର ବିଶେଷଜ୍ଞ ଡାକ୍ତରମାନେ ଅର୍ଥୋପେଡିକ୍ସ, ପ୍ରସୂତି ଏବଂ ସ୍ତ୍ରୀ ରୋଗ ଇତ୍ୟାଦିରେ ପରାମର୍ଶ ଦେଇଥିଲେ ।

ଶ୍ରୀ ଜିଜି ପାଲ, ଡେପୁଟି ସିଇଓ – ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତି, ଆମର ସ୍ୱାସ୍ଥ୍ୟ ପଦକ୍ଷେପ ବିଶେଷ ଭାବରେ ସମ୍ପ୍ରଦାୟର କଲ୍ୟାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଉଦାହରଣ ସ୍ୱରୁପ, ଲାଞ୍ଜିଗଡ଼ର ମଲ୍ଟି-ସ୍ପେସିଆଲିଟି ବେଦାନ୍ତ ହସ୍ପିଟାଲ୍ ଏହି ଅଂଚଳର ପ୍ରଥମ ଥିଲା ଏବଂ ଯାହାକି ଏକ ଦଶନ୍ଧି ଧରି ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଆସୁଛି । ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଆମେ ଦୁର୍ଗମ ଅଂଚଳକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଚିକିତ୍ସା ଆଣିବାକୁ ଚେଷ୍ଟା କରୁଛୁ, ଯାହା ଦ୍ୱାରା ଏହି ଅଚଂଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି ହୋଇପାରିବ । ଏହି ଉତମ କାର‌୍ୟ୍ୟ ପାଇଁ ସେମାନଙ୍କର ସମର୍ଥନ ପାଇଥିବାରୁ ଆମେ ସିବପଦର ପଂଚାୟତକୁ କୃତଜ୍ଞତା ଜଣାଉଛୁ ।

ସିବପଦର ଗ୍ରାମ ପଂଚାୟତର ସରପଂଚ, ପ୍ରକାଶ କାରସିକା, କହିଛନ୍ତି ଏହାର ପ୍ରତିଷ୍ଠା ପରଠାରୁ ବେଦାନ୍ତ ଲାଞ୍ଜିଗଡ଼ଏହି ଅଂଚଳରେ ସ୍ୱାସ୍ଥ୍ୟସେବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ କାର‌୍ୟ୍ୟ କରିଛି । ବେଦାନ୍ତ ହସ୍ପିଟାଲ ହେଉଛି ଜିଲ୍ଲାର ସର୍ବୋତମ ସ୍ୱାସ୍ଥ୍ୟସେବା ଯୋଗାଉଥିବା ମଧ୍ୟରୁ ଅନ୍ୟତମ ଅଟେ । ମୋବାଇଲ୍ ହେଲ୍ଥ ୟୁନିଟ୍ ପରିଦର୍ଶନ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ୨୪ଢ୭ ମାଗଣା ଆମ୍ବୁଲାନ୍ସ ସେବା ଅନେକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛି । ଏହାର ସ୍ୱାସ୍ଥ୍ୟ ହସ୍ତକ୍ଷେପ ପାଇଁ ବେଦାନ୍ତ ଲିମିଟେଡ୍, ଲାଞ୍ଜିଗଡ଼କୁ ଆମେ କୃତଜ୍ଞତା ଜଣାଉଛୁ ।

ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ରେ ଏହାର କାର‌୍ୟ୍ୟକ୍ଷେତ୍ର ତଥା ଆଖପାଖରେ ମୌଳିକ ତଥା ବିଶେଷ ସ୍ୱାସ୍ଥ୍ୟ ସେବାଗୁଡିକର ଏକ ବ୍ୟାପକ ବିସ୍ତାର ପ୍ରଦାନ କରେ ଯାହାକି ନିମ୍ନ ପ୍ରଦତ ଅଟେ-

ମୋବାଇଲ୍ ହେଲଥୟୁନିଟ୍ (ଏମଏଚୟୁ) : କାଲାହାଣ୍ଡି ଜିଲ୍ଲାର ୬୫ ରୁ ଅଧିକ ଗାଁର ୨୨,୦୦୦ ରୁ ଅଧିକ ରୋଗୀଙ୍କୁ ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟସୂଚୀ ଅନୁଯାୟୀ କମ୍ପାନୀ ଏହାର କାର‌୍ୟ୍ୟକ୍ଷେତ୍ରରେ ମୋବାଇଲ୍ ହେଲଥ ୟୁନିଟ୍ ପରିଚାଳନା କରିଥାଏ ।

ନନ୍ଦଘର: ଏହାର ନନ୍ଦଘର ମାଧ୍ୟମରେ ଆଧୁନିକୀକରଣ ହୋଇଥିବା ଅଙ୍ଗନୱାଡି ଯାହା ମହିଳା ଏବଂ ଶିଶୁ ବିକାଶର କେନ୍ଦ୍ର ଭାବରେ କାର‌୍ୟ୍ୟ କରେ, ବେଦାନ୍ତ ଆଲୁମିନିୟମ୍ ଛୋଟ ଶିଶୁ, ଗର୍ଭବତୀ ମହିଳା ଏବଂ ନୂତନ ମା ମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ।

ସ୍ୱାସ୍ଥ୍ୟ ଶିବିର: କମ୍ପାନୀ ସରକାରୀ ଡାକ୍ତରଖାନାର ଡାକ୍ତରୀ କର୍ମଚାରୀଙ୍କ ସହାୟତାରେ ଲଞ୍ଜିଗଡରେ ମେଗା ସ୍ୱାସ୍ଥ୍ୟ ଶିବିର ନିୟମିତ ଅୟୋଜନକରି ଓଡ଼ିଶାର ଦୁର୍ଗମ ଅଂଚଳରେ ମାଗଣା, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଥାଏ । ଲଞ୍ଜିଗଡ଼ରେ ଥିବା ସ୍ୱାସ୍ଥ୍ୟ ଶିବିର ପଦକ୍ଷେପ କେବଳ ଆର୍ଥିକ ବର୍ଷ୨୩ ରେ ୪୦୦୦ ରୁ ଅଧିକ ଅନନ୍ୟ ହିତାଧିକାରୀ ଉପକୃତ ହୋଇଥିଲେ ।

 

ପରିମଳ ଡ୍ରାଇଭ୍: ସମ୍ପ୍ରଦାୟରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ସ୍ୱଚ୍ଛତା ଏବଂ ପରିମଳ ଡ୍ରାଇଭ୍ ମଧ୍ୟ ଆୟୋଜନ କରେ ଯେଉଁଠାରେ ହାତ ଧୋଇବା ପରି ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଏ । ଅଧିକନ୍ତୁ, କର୍ମଚାରୀ ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ଡ୍ରେନ୍ ଏବଂ ରାସ୍ତାଘାଟକୁ ପରିଷ୍କାର କରି ସଂକ୍ରାମକ ରୋଗକୁ ରୋକିବାରେ ସାହାଯ୍ୟ କରିଥାନ୍ତି ।

ବେଦାନ୍ତ ହସ୍ପିଟାଲ, ଲଞ୍ଜିଗଡ଼: ଲଞ୍ଜିଗଡ଼ରେ ଥିବା ବେଦାନ୍ତ ଡାକ୍ତରଖାନା ବାର୍ଷିକ ୬୦,୦୦୦ ରୁ ଅଧିକ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଥାଏ ।

ମୋତିଆବିନ୍ଦୁ ସର୍ଜରୀ: ଆର୍ଥିକବର୍ଷ୨୩ ରେ ଲଞ୍ଜିଗଡ଼ରେ ୨୨୦ ରୁ ଅଧିକ ରୋଗୀଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର‌୍ୟ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।