ଖୁବଶୀଘ୍ର ବଲିଉଡ ଷ୍ଟାର ଗୋବିନ୍ଦାଙ୍କୁ ଜେରା

ଖୁବଶୀଘ୍ର ବଲିଉଡ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ।

ପଞ୍ଜି ସ୍କିମରେ ଟଙ୍କା ଲୁଟ ମାମଲାରେ ହେବ ଜେରା

ନୂଆଦିଲ୍ଲୀ,୧୪/୦୯: ଖୁବଶୀଘ୍ର ବଲିଉଡ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) । ୧୦ କୋଟିର ସୋଲାର ଟେକ୍ନୋ ଆଲାଏନ୍ସର ଅନଲାଇନ ପଞ୍ଜି ଦୁର୍ନୀତି ମାମଲାରେ ଇଓଓବ୍ଲ୍ୟୁ ପଚରାଉଚରା କରିବ । ଏ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ଡେପୁଟି ଏସପି ସସ୍ମିତା ସାହୁ କହିଛନ୍ତି ଯେ, ଗୋବିନ୍ଦା ଗୋଆରେ ସୋଲାର ଟେକ୍ନୋ ଆଲାଏନ୍ସ (ଏସଟିଏ)ର ବ୍ଲକଚେନ ଟେକ୍ନୋଲୋଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଇଓଡବ୍ଲ୍ୟୁରେ ହାଜର ହେବାକୁ ଯୋଜନା ରହିଛି । ନହେଲେ ଇଓଡବ୍ଲ୍ୟୁ ଟିମ ମଧ୍ୟ ମୁମ୍ବାଇ ଗସ୍ତ କରି ଏସଟିଏ ସ୍କାମରେ କେତେ ସମ୍ପୃକ୍ତି ରହିଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରିବ ।
ଉଲ୍ଲେଖଯୋଗ୍ୟ, ୨୦୨୧ରେ ଲଂଚ ହୋଇଥିବା ଏସଟିଏ ତାହାର ବ୍ଲକଚେନ ଟେକ୍ନୋଲୋଜି ଲଂଚ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ । ନିବେଶକମାନଙ୍କୁ ପ୍ରଭାବିତ କରିବା ପାଇଁ ଏବଂ ଏହା କ୍ରିପ୍ଟୋକରେନ୍ସି ନିବେଶ ବୋଲି ବିଶ୍ୱାସ ଦୃଢ କରିବା ପାଇଁ ହୁଏତ ବଲିଉଡ ଷ୍ଟାରଙ୍କୁ ଲଂଚ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଡାକିଥାଇ ପାରନ୍ତି ବୋଲି ଇଓଡବ୍ଲ୍ୟୁ ଡେପୁଟି ଏସପି ସସ୍ମିତା ସାହୁ କହିଛନ୍ତି ।