ସାର୍ବଜନୀନ ପୂଜା ପାଇଁ ଜମି ଭଡା ନେବନି ବିଏମସି

ସର୍ବସାଧାରଣ ପୂଜା ପାଇଁ ବିଏମସି ଜମି ଭଡା ଆଦାୟ କରିପାରିବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୫/୦୯: ଚଳିତବର୍ଷ ସର୍ବସାଧାରଣ ପୂଜା ପାଇଁ ଜମି ଭଡା ଆଦାୟ କରିପାରିବ ନାହିଁ ବିଏମସି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକଙ୍କ ଅନୁରୋଧକ୍ରମେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ।