ନେତାଜୀ ବସ୍ ଟର୍ମିନାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ କରିବେ ।

୧୭ରୁ ପୁରୁଣା ବସ୍ ଷ୍ଟାଣ୍ଡ ବନ୍ଦ

ଭୁବନେଶ୍ୱର,୧୬/୦୯: ଆଜି ଅପରାହ୍ଣରେ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଠଯୋଡି ନଦୀ କୂଳରେ ଥିବା ଖାନନଗରଠାରେ ୯୦.୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୧୭ ଏକର ଜମିରେ ଏହି ବସ୍ ଟର୍ମିନାଲ ନିର୍ମାଣ କରାଯାଇଛି । ସେପ୍ଟେମ୍ବର ୧୭ରୁ ଏହିଠାରୁ ବସ ଚଳାଚଳ କରିବାକୁ ବସ ମାଲିକ ଓ ଅପରେଟରମାନଙ୍କୁ କୁହାଯାଇଛି । ଏ ନେଇ ବାଦାମବାଡି, ପାଲା ମଣ୍ଡପ ଓ ପୁରୀ ବସଷ୍ଟାଣ୍ଡ ସେପ୍ଟେମ୍ବର ୧୭ରୁ ଚଳାଚଳ ବନ୍ଦ ରହିବ । ଏହା ସହ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମାରକୀର ଶିଳାନ୍ୟାସ ମଧ୍ୟ କରିବେ ।