ଯୁବ ବୈଜ୍ଞାନିକ ଶେଷ କିଷାନଙ୍କୁ ମିଳିବ ଭାରତ ଗୌରବ ସମ୍ମାନ

ଯୁବ ବୈଜ୍ଞାନିକ ଡ଼ ଶେଷ କିଷାନ ପାଇବେ ଭାରତ ଗୌରବ ସମ୍ମାନ ।

ସାହିତ୍ୟ, ସେବା, କଳା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ମିଳିବ ସମ୍ମାନ

କଟକ,୧୬/୦୯: ଯୁବ ବୈଜ୍ଞାନିକ ଡ଼ ଶେଷ କିଷାନ ପାଇବେ ଭାରତ ଗୌରବ ସମ୍ମାନ । ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜାରେ ଭାରତ ମସଲାର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ ପ୍ରତିଭାଙ୍କୁ ଭାରତ ଗୌରବ ସମ୍ମାନ ମିଳିବ । ସାହିତ୍ୟ କ୍ଷେତ୍ରରେ ଲେଖିକା ବନଜା ଦେବୀଙ୍କୁ ‘କଥା ଭାରତ’, ସେବା କ୍ଷେତ୍ରରେ ସଦଗୁରୁ ହସପିଟାଲର ପରିଚାଳନା ନିର୍ଦ୍ଦେଶକ ଡ଼ ପ୍ରଦୀପ କୁମାର ମହାନ୍ତିଙ୍କୁ ‘ସେବା ଭାରତ’, କଳା କ୍ଷେତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କୁ ‘ସଂସ୍କୃତି ଭାରତ’ ଏବଂ ଶିକ୍ଷା କ୍ଷେତ୍ରରେ ସବ୍ୟସାଚୀ ପାତ୍ର, ମିତ୍ରବର ସିଂହ ଓ ହିମାଂଶୁ ପାତ୍ରଙ୍କୁ ‘ବିଦ୍ୟା ଭାରତ’ ସମ୍ମାନ ପ୍ରଦାନ କରାଯିବ । ଏ ନେଇ ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।