ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

୨୨ ତାରିଖରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ

ନୂଆଁଖାଇ ପାଇଁ ଗୋଟିଏ ଦିନ ଘୁଞ୍ଚିଲା

ଭୁବନେଶ୍ୱର: ସେପ୍ଟେମ୍ବର ୨୧ରେ ହେବାକୁ ଥିବା ବାଚସ୍ପତି ନିର୍ବାଚନ ତାରିଖକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ଆଉ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ। ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ।
ମିଳିଥିବା ସୂଚନା ମୁତାବକ, ଆସନ୍ତା ସେପ୍ଟେମ୍ବର ୨୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡୁଥିବାରୁ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି। ଏ ନେଇ ୨୧ରେ ନାମାଙ୍କନ ପତ୍ର ଦାଖଲ କରାଯିବ। ପୂର୍ବରୁ ବିଜେପି ଓ କଂଗ୍ରେସ ଦଳ ନିର୍ବାଚନ ବର୍ଜନ କରିଥିଲେ।