ଖଲିସ୍ତାନ ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର ମେଂଟ ଉପରେ କେନ୍ଦ୍ରର ବଡ ଧରଣର କାର୍ଯ୍ୟାନୁଷ୍ଠାନ

ଖଲିସ୍ତାନ ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର ମେଂଟ ଉପରେ ଏନଆଇଏ ଚଢାଉ କରିଛି ।

୬ଟି ସ୍ଥାନରେ ଏନଆଇର ଚଢାଉ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର ମେଂଟକୁ ଧ୍ୱଂସ କରିବା ଲକ୍ଷ୍ୟରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଆଜି ଦେଶର ୪ଟି ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ବଡ ଧରଣର ଚଢାଉ କରିଛି । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ, ବାମ୍ବିହା ଏବଂ ଅର୍ଶଦୀପ ଡାଲ୍ଲାଙ୍କ ସହଯୋଗୀଙ୍କ ସହ ଜଡିତ ୫୧ଟି ସ୍ଥାନରେ ଏବେ ଚଢାଉ କରାଯାଇଛି । ରାଜସ୍ଥାନ, ଉତର ପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀର କେତେକ ସ୍ଥାନରେ ଚଢାଉ କରାଯାଇଛି । ଏହା ପୂର୍ବରୁ ଏନଆଇଏ ଆତଙ୍କବାଦୀ ଗ୍ୟାଙ୍ଗଷ୍ଟାର ନେଟୱାର୍କ ସହ ଜଡିତ ୪୩ ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଉପସ୍ଥିତି ଓ ସମ୍ପତି ସମ୍ପର୍କରେ ସୂଚନା ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲା, ଯାହାକୁ କେନ୍ଦ୍ର ସରକାର ଜବତ କରିପାରିବେ ।