ILS ନିର୍ଦ୍ଦେଶକଙ୍କ ଦେହାନ୍ତ, ଜନ୍ମମାଟିରେ ଶୋକର ଛାୟା

ଚଣ୍ଡିଖୋଲ: ଜନ୍ମସ୍ଥାନରେ ଶୋକର ଛାୟା । ଆଇଏଲ୍‌ଏସ୍‌ (ILS) ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଦେହାନ୍ତରେ ଯାଜପୁର ଜିଲ୍ଲା ଭଗବାନପୁର ଗାଁରେ ପୁରା ଶୋକାକୁଳ ପରିବେଶ । ଅଜୟ ପରିଡ଼ାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ଗ୍ରାମବାସୀ ।

ଖବର ଅନୁଯୀୟୀ, ମଙ୍ଗଳବାର ଦିନ ଗୌହାଟୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ତଥା ବୈଜ୍ଞାନିକ ପଦ୍ମଶ୍ରୀ ଡ଼. ଅଜୟ କୁମାର ପରିଡ଼ା । ହେଲେ ସେଠାରୁ ଆସିଲା ଏକ ଦୁଃଖଦ ଖବର । ଗୌହାଟୀଙ୍କ ଅଜୟ ପରିଡ଼ାଙ୍କ ପରଲୋକ ହୋଇଯାଇଛି ।

ଏକାଧାରେ ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅଜୟ ପରିଡା । ଏଭଳି ବ୍ୟକ୍ତିତ୍ୱ ହରାଇ ଜନ୍ମସ୍ଥାନ ଭଗବାନପୁର ସମେତ ଧର୍ମଶାଳା  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।