ପୁଣି କମିଲା ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ଦର

ପୁଣି ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ଦର ହ୍ରାସ କଲେ କେନ୍ଦ୍ର ସରକାର ।

ସିଲିଣ୍ଡର ପିଛା ୩୦୦ ସବସିଡି

ନୂଆଦିଲ୍ଲୀ,୦୪/୧୦: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ସବସିଡି ରାଶିକୁ ଏଲପିଜି ସିଲିଣ୍ଡର ପିଛା ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଉଜ୍ଜ୍ୱଳା ହିତାଧିକାରୀମାନେ ବର୍ତମାନ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୭୦୩ ଟଙ୍କା ଦେଉଥିବା ବେଳେ ବଜାର ମୂଲ୍ୟ ୯୦୩ ଟଙ୍କା ରହିଛି । କେନ୍ଦ୍ର କ୍ୟାବିନେଟର ନିଷ୍ପତି ପରେ ଏବେ ହିତାଧିକାରୀମାନେ ୬୦୩ ଟଙ୍କା ଦେବେ ।
କେନ୍ଦ୍ର କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ଉପରେ ପୂର୍ବରୁ ୨୦୦ ଟଙ୍କା ହ୍ରାସ ପାଇଥିବା ବେଳେ ଏବେ ଆହୁରି ୧୦୦ ଟଙ୍କା ହ୍ରାସ କରାଯାଇ ସବସିଡିକୁ ବୃଦ୍ଧି କରାଯାଇଛି । ଗତ ୯ ବର୍ଷ ମଧ୍ୟରେ ମହିଳା ଓ ଗରିବଙ୍କ କଲ୍ୟାଣ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ଆଗକୁ ପିଏମୟୁୱାଇ ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ ।