କବାଡି଼ରେ ଭାରତକୁ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାରେ କବାଡି଼ରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି।

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା କବାଡ଼ି ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

“ଏସୀୟ କ୍ରୀଡ଼ାରେ ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଆମ କବାଡି ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଛି। ଏହି ବିଜୟ ଆମ ମହିଳା ଆଥଲେଟ୍ମାନଙ୍କ ଅଦମ୍ୟ ମନୋବଳର ପ୍ରମାଣ। ଏହି ସଫଳତା ପାଇଁ ଭାରତ ଗର୍ବିତ। ଦଳକୁ ଅଭିନନ୍ଦନ । ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା” ବୋଲି ମୋଦୀ ଏକ୍ସରେ ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
“#AsianGames ଚାଇନିଜ୍ ତାଇପେ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଭାରତୀୟ ମହିଳା କବାଡ଼ି ଦଳକୁ ଅଭିନନ୍ଦନ। ଦଳ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ଗୌରବ ଆଣିବ। ସେମାନଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି” ବୋଲି ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।

ଭାରତୀୟ ମହିଳା କବାଡି ଦଳ ଚାଇନିଜ୍ ତାଇପେ ଦଳକୁ ୨୬-୨୫ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି।