କୋଲକାତାରେ ଦୁର୍ଗା ମଣ୍ଡପ ଉଦଘାଟନ କରିବେ ଅମିତ ଶାହ

କୋଲକାତାର ମିତ୍ର ଛକରେ ଦୁର୍ଗା ମଣ୍ଡପ ଉଦଘାଟନ କରିବେ ଅମିତ ଶାହ ।

ଆସନ୍ତା ୧୬ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଅକ୍ଟୋବର ୧୬ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତର କୋଲକାତାର ସନ୍ତୋଷ ମିତ୍ର ଛକରେ ରାମ ମନ୍ଦିର ଥିମ୍ ବିଶିଷ୍ଟ ଦୁର୍ଗାପୂଜା ମଣ୍ଡପକୁ ଉଦଘାଟନ କରିବେ।

ସନ୍ତୋଷ ମିତ୍ର ଛକ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ନିଆରା ମଣ୍ଡପ ଅଯୋଧ୍ୟାର ରାମ ମନ୍ଦିର ଆକାର ଭଳି ପ୍ରସ୍ତୁତ ହୋଇଛି। ଅମିତ ଶାହା କୋଲକାତା ଗସ୍ତ କରି ଏହି ଦୁର୍ଗାପୂଜା ମଣ୍ଡପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ, ସନ୍ତୋଷ ମିତ୍ର ଛକ ପୂଜାରେ ଅପରାହ୍ନ ୪ଟାରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ନିର୍ମାଣରୁ ଅନୁପ୍ରାଣିତ ହୋଇ ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ହେଉଛି ରାମ ମନ୍ଦିର। ସନ୍ତୋଷ ମିତ୍ର ଛକରେ ଥିବା ମଣ୍ଡପକୁ ସୁନ୍ଦର ଭାବେ ସଜାଯାଇଛି।