ଓଡ଼ିଆ ଆଇପିଏସ ଅଫିସରଙ୍କୁ ଗୁରୁ ଦାୟିତ୍ଵ

ଓଡ଼ିଆ ଆଇପିଏସ ଅଫିସର ରଶ୍ମି ରଞ୍ଜନ ସ୍ୱାଇଁଙ୍କୁ ଜମ୍ମୁ-କଶ୍ମୀରର ଡିଜି ଭାବରେ ନିଯୁକ୍ତି ମିଳିଛି।

ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ଡିଜି ଭାବେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ ଅଫିସରଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଡିଜି ସିଆଇଡି ରଶ୍ମି ରଞ୍ଜନ ସ୍ୱାଇଁଙ୍କୁ ଜମ୍ମୁ-କଶ୍ମୀରର ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ (ଏସ୍) ବିଜି କ୍ରିଷ୍ଣନଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶ ଅନୁଯାୟୀ, ରଶ୍ମି ରଞ୍ଜନ ସ୍ୱାଇଁ ନଭେମ୍ବର ପହିଲାରୁ ଜମ୍ମୁ-କଶ୍ମୀରର ଭାରପ୍ରାପ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ।

ସିଆଇଡିର ସ୍ୱତନ୍ତ୍ର ଡିଜି ଶ୍ରୀ ସ୍ୱାଇଁ ହେଉଛନ୍ତି ୧୯୯୧ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ। ଦୀର୍ଘତମ କାର୍ଯ୍ୟକାଳ ଥିବା ଜମ୍ମୁ-କଶ୍ମୀରର ବର୍ତ୍ତମାନର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଅକ୍ଟୋବର ୩୧ରେ ଅବସର ନେବେ ଏବଂ ତାଙ୍କ ସ୍ଥାନରେ ଶ୍ରୀ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯିବ।