ଦେଶକୁ ମିଳିଲା ନୂଆ ରାଷ୍ଟ୍ରପତି, ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାସହ ଦେଶର ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି । ବିଜୟୀ ହେବା ପାଇଁ  ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଛି।

ଜୁଲାଇ ୧୮ରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳେ ଆରମ୍ଭ ହୋଇଥିଲା । ସାଂସଦଙ୍କ ଭୋଟ ଗଣତି ଶେଷ ହେବା ପରେ ପ୍ରଥମ ରାଉଣ୍ଡ ପରିଣାମ ଘୋଷଣା କରାଯାଇଥିଲା । ମତଗଣନାର ପ୍ରଥମ ରାଉଣ୍ଡରେ ସାଂସଦଙ୍କ ଭୋଟ ଗଣତି ହୋଇଥିଲା । ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ମୋଟ ୭୭୬ ଜଣ ସାଂସଦଙ୍କ ଭୋଟ ବୈଧ ଥିଲା । ତେବେ ୧୫ ଜଣଙ୍କ ଭୋଟ ନାକଚ ହୋଇଥିଲା ଏବଂ କିଛି ସାଂସଦ ଭୋଟ ଦେଇପାରି ନଥିଲେ ।