ହାର୍ଟବିଟ୍‌ ବଢ଼ିବାରୁ ମେଡିକାଲରେ ଭର୍ତ୍ତି ହେଲେ ଦୀପିକା ପାଦୁକୋନ

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ହାଇଦ୍ରାବାଦରେ ନିଜର ଆଗାମୀ ଚଳଚ୍ଚିତ୍ର ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି  । ଏହି ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଖବର ମିଳିଛି  । ଖବର ଅନୁଯାୟୀ, ଅଭିନେତ୍ରୀଙ୍କ ହଠାତ୍ ହୃଦସ୍ପନ୍ଦନ ବଢିଯାଇଥିଲା, ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ଦୀପିକା ଏବେ ହାଇଦ୍ରାବାଦରେ ଅଭିନେତା ପ୍ରଭାସଙ୍କ ସହିତ ଫିଲ୍ମ ଶୁଟିଙ୍ଗ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଚାନକ ଦୀପିକାଙ୍କ ହୃତ ସ୍ପନ୍ଦନ ବଢ଼ିଯାଇଥିଲା। ସେଥିପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହାଇଦ୍ରାବାଦରେ କମିନେନୀ ଡାକ୍ତରଖାନାକୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲା।

ଅନ୍ୟପଟେ ଦକ୍ଷିଣ ଭାରତର ସ୍ତମ୍ବକାର ମନୋବାଲା ବିଜୟବାଲନ ଟୁଇଟ କରି କହିଛନ୍ତି ଦୀପିକା ଏବେ ପୁରା ପୁରି ଠିକ ଅଛନ୍ତି ଓ ପ୍ରୋଜେକ୍ଟର ଶୁଟିଙ୍ଗକୁ ସେ ଫେରିଆସିଛନ୍ତି। କିନ୍ତୁ ଏବେ ସୁଦ୍ଧା ଦୀପିକା ପାଦୁକୋନ ଓ ତାଙ୍କ ଲୋକସମ୍ପର୍କ ଟିମ୍‌ ଏବିଷୟରେ କିଛି କହି ନାହାନ୍ତି। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୀପିକା ଏବେ ବିଶ୍ରାମ ନେଉଛନ୍ତି।