ସୁଟିଂ ସେଟରେ ଅଣନିଶ୍ବାସୀ ହୋଇପଡିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ… ଭର୍ତ୍ତି ହେଲେ ଡାକ୍ତରଖାନାରେ

ସୁଟିଂ ସେଟରେ ଅଣନିଶ୍ବାସୀ ହୋଇପଡିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ... ଭର୍ତ୍ତି ହେଲେ ଡାକ୍ତରଖାନାରେ

 

ଶୁଟିଂ ସମୟରେ ବିଗିଡ଼ିଲା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ୱାସ୍ଥ୍ୟାବସ୍ଥା। ଭର୍ତ୍ତି ହେଲେ ଡାକ୍ତରଖାନାରେ।
ନିଶ୍ବାସ ନେବାରେ ସମସ୍ୟା ହେବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏକ ଫିଲ୍ମ ‘ପ୍ର‌ୋଜେକ୍ଟ କେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଥିବା ବେଳେ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ସୁଟିଂ ସମୟରେ ସେଟରେ ହିଁ ତାଙ୍କୁ ହଠାତ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲା। ଉପସ୍ଥିତ ଲୋକେ ବିଚଳିତ ହୋଇପଡିଲେ । ଭୟଭୀତ ହୋଇପଡିଲେ ସମସ୍ତେ। କାହିଁକି ନା ଦୀପିକା ସୁସ୍ଥ ଥିଲେ। ହଠାତ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା
ବିଗିିଡ଼ିବା ଦେଖି ସମସ୍ତେ ଚକିତ ହୋଇପଡିଲେ। ଡେରି ନକରି ତୁରନ୍ତ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ଏବେ ସେ ସୁସ୍ଥ ହୋଇ ପୁଣି ଥରେ ସୁଟିଂ ସେଟକୁ ଫେରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଦୀପିକାଙ୍କ ହୃଦସ୍ପନ୍ଦନ ବଢ଼ିଯିବା ସହ ସେ ଅସହଜ ମନେ କରିଥିଲେ। ଏ‌ବେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ଆଗକୁ ସୁଟିଂ ବନ୍ଦ କରି କିଛି ଦିନ ବିଶ୍ରାମ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି । ପୂର୍ବରୁ ସୁଟିଂ ସେଟ୍ ରେ ଦୀପିକା ଏଭଳି ସ୍ଥିତି ର କେବେ ସମ୍ମୁଖୀନ ହୋଇ ନଥିଲେ। ପ୍ରଥମ ଥର ତାଙ୍କୁ ଏମିତି ସ୍ଥିତିର ସାମ୍ନା କରିବାକୁ ପଡିଲା।

ସାଉଥ୍‌ର ଫିଲ୍ମ ସହିତ ଜଡ଼ିତ ଜଣେ ବ୍ୟକ୍ତି ମନୋବାଲା ବିଜୟବାଲନ୍ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏ ନେଇ ଏକ ଟ୍ଵିଟ୍‌ କରିଛନ୍ତି। ସେ କହିଛନ୍ତି ଯେ ଦୀପିକା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଭଲ ଅଛନ୍ତି ଏବଂ ପ୍ରୋଜେକ୍ଟ ଶୁଟିଂକୁ ଫେରିଛନ୍ତି। କିନ୍ତୁ ଆଗକୁ ସୁଟିଂ ନ କରି କିଛି ଦିନ ବିଶ୍ରାମ ନେବେ ଦୀପିକା।
ଅନ୍ୟପକ୍ଷରେ ଦୀପିକା କିମ୍ବା ଦୀପିକାଙ୍କ ପିଆର୍‌ ଟିମ୍‌ ତରଫରୁ ଏ ନେଇ କିଛି ସୂଚନା ଦିଆଯାଇ ନାହିଁ।