୨ ଦିନିଆ ନେପାଳ ଗସ୍ତରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ ଏସ ଜୟଶଙ୍କର ଦୁଇ ଦିନିଆ ନେପାଳ ଗସ୍ତରେ ଥିବା ବେଳେ ଅନେକ ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

ନେପାଳକୁ ୧୦୦୦ କୋଟିର ଆର୍ଥିକ ସହାୟତା ଘୋଷଣା

ନୂଆଦିଲ୍ଲୀ, ୦୫/୦୧/୨୦୨୪: ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏନ୍ ପି ସୌଦଙ୍କ ନିମନ୍ତ୍ରଣକ୍ରମେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଜାନୁଆରୀ ୪ରୁ ୫ ପର୍ଯ୍ୟନ୍ତ ନେପାଳ ଗସ୍ତରେ ଅଛନ୍ତି। ଭାରତ-ନେପାଳ ଯୁଗ୍ମ ଆୟୋଗର ସପ୍ତମ ବୈଠକରେ ଭାରତ ଓ ନେପାଳର ଦୁଇ ମନ୍ତ୍ରୀ ମିଳିତ ଭାବେ ଅଧ୍ୟକ୍ଷତା କରିବା ସହ ଅନେକ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରାଯାଇଥିଲା।

ଉଭୟ ଦେଶର ମନ୍ତ୍ରୀ ମିଳିତ ଭାବେ ଭାରତ ଓ ନେପାଳ ମଧ୍ୟରେ ୩ଟି ୧୩୨ କେଭି ଟ୍ରାନ୍ସମିଶନ ଲାଇନ ଯଥା ରକ୍ସୌଲ-ପରୱାନୀପୁର ଲାଇନର ଦ୍ୱିତୀୟ ସର୍କିଟ, କଟାୟା-କୁସାହା ଲାଇନର ଦ୍ୱିତୀୟ ସର୍କିଟ ଏବଂ ନ୍ୟୁ ନୌତନୱା-ମୈନହିଆ ଲାଇନକୁ ଉଦଘାଟନ କରିଥିଲେ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି କାଠମାଣ୍ଡୁରେ ନେପାଳର ଜାତୀୟ କ୍ରିକେଟ ଦଳ ଏବଂ କ୍ରିକେଟ୍ ଆସୋସିଏସନ୍ ଅଫ୍ ନେପାଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜୟଶଙ୍କର ନେପାଳ କ୍ରିକେଟର ସାମଗ୍ରିକ ବିକାଶ ପାଇଁ ଭାରତ ଯଥାସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ଆଜି କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ଏସ ଜୟଶଙ୍କର ନେପାଳ ଗସ୍ତରେ ଥିବା ବେଳେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଘୋଷଣା କରିଛି ଯେ ଜାଜରକୋଟ ନିକଟରେ ହୋଇଥିବା ଭୂମିକମ୍ପରେ ସହୟତା ଯୋଗାଇ ଦେବାକୁ ଯାଇ ଭାରତ ସରକାର ନେପାଳକୁ ପାଖାପାଖି ୧୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ପ୍ରଦାନ କରିବେ।

ଭାରତ ଓ ନେପାଳ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ନେପାଳରେ ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ (ଏଚଆଇସିଡିପି) କାର୍ଯ୍ୟକାରୀ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ ବୁଝାମଣା । ଦୀର୍ଘମିଆଦୀ ବିଦ୍ୟୁତ ବାଣିଜ୍ୟ ପାଇଁ ଭାରତ ସରକାର ଏବଂ ନେପାଳ ସରକାରଙ୍କ ମଧ୍ୟରେ ବୁଝାମଣା । ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଏବଂ ନେପାଳ ଏକାଡେମୀ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମଧ୍ୟରେ ନେପାଳ ଏକାଡେମୀ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ବିକଶିତ ମୁନାଲ ଉପଗ୍ରହ ପାଇଁ ଉତକ୍ଷେପଣ ସେବା ଚୁକ୍ତି । ଏନଟିପିସି ଲିମିଟେଡ୍ ଏବଂ ନେପାଳ ବିଦ୍ୟୁତ ପ୍ରାଧିକରଣ ମଧ୍ୟରେ ଅକ୍ଷୟ ଶକ୍ତି ବିକାଶକ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର ।