ନବୀନଙ୍କ ନାପସନ୍ଦ ଦଳବିରୋଧୀ କାର୍ଯ୍ୟ

ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ହେଲେ ପ୍ରମୋଦ ରଥ।

ଦଳରୁ ବହିଷ୍କାର ହେଲେ ପ୍ରମୋଦ ରଥ

ଭୁବନେଶ୍ବର, ୦୫/୦୧/୨୪: ସମ୍ବଲପୁର ଜିଲ୍ଲା କମିଟିର ଉପଦେଷ୍ଟା ପ୍ରମୋଦ କୁମାର ରଥଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳରୁ ବହିଷ୍କାର କରାଯାଇଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।