ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ

ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ଭୁବନେଶ୍ବର, ୨୫/୦୨/୨୦୨୪: ବିଜେପିରେ ମିଶିଛନ୍ତି ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ମହାନନ୍ଦ ବିଜେପିରେ ଯୋଗ ଦେଇଛନ୍ତି।

ଯୁବନେତା ନିହାର ରଂଜନ ମହାନନ୍ଦ ୧୯୯୬ ମସିହାରେ ବରଗଡ଼ ଜିଲ୍ଲା ବରପାଲି କଲେଜ ଏବଂ ୧୯୯୯ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ର ଥିବା ବେଳେ ସାଧାରଣ ସଂପାଦକ ହୋଇଥିଲେ। ଏହା ସହ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୯ରେ କଂଗ୍ରେସରୁ ବିଧାୟକ ହୋଇଥିଲେ।