ବିଜେଡିରେ ଯୋଗ ଦେଲେ ୪ ବିଜେପି କର୍ପୋରେଟର

ଆଜି ବ୍ରହ୍ମପୁର ମହାନଗର ନିଗମର ୪ ଜଣ ବିଜେପି କର୍ପୋରେଟର ବିଜେଡିରେ ଯୋଗ ଦେଇଛନ୍ତି।

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ବର, ୨୬/୦୨/୨୦୨୪: ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଭୁବନେଶ୍ବର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେଇଛନ୍ତି। ବିଜେଡିର ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ସାଂସଦ ଡ଼ ସସ୍ମିତ ପାତ୍ର, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ  ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ରହିଥିଲେ।

ଆଜି ବିଜେଡିରେ ଯୋଗଦେଇଥିବା  ୱାର୍ଡ ନମ୍ବର ୨୦ର କର୍ପୋରେଟର ଥିବା ରଞ୍ଜିତା ବେହେରା, ୱାର୍ଡ ନମ୍ବର ୨୧ର କର୍ପୋରେଟର ଡି. କରୁଣାକର, ୱାର୍ଡ ନମ୍ବର ୨୨ର କର୍ପୋରେଟର ପ୍ରଦୀପ ଶତପଥୀ ଓ ୱାର୍ଡ଼ ନମ୍ବର ୨୭ର କର୍ପୋରେଟର ନୀଳକଣ୍ଠ ସାହୁ ବିଜେଡିରେ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଥିବା ସେମାନେ କହିଛନ୍ତି।