ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ୧୦୦୦ କୋଟିର ବାହାଘର

ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଦେଶର ସବୁଠୁ ବହୁ ପ୍ରତୀକ୍ଷିତ, ବହୁ ଚର୍ଚ୍ଚିତ ଓ ବ୍ୟୟ ବହୁଳ ବାହାଘର। ଜାମନଗରକୁ ଏବେ ସେଲିବ୍ରିଟିଙ୍କ ସୁଅ ଛୁଟିଛି।

ପ୍ରି-ୱେଡିଂ ସେଲିବ୍ରେସନରେ ଦେଶ ବିଦେଶରୁ ହାଇ ପ୍ରୋଫାଇଲ ଅତିଥି ସାମିଲ

ମୁମ୍ବାଇ, ୦୩/୦୩/୨୦୨୪: ଦେଶର ସବୁଠୁ ହାଇ-ପ୍ରୋଫାଇଲ ବାହାଘର ଏବେ ଟ୍ରେଣ୍ଡିଂରେ। ଗୁଗଲ, ଇନଷ୍ଟାଗ୍ରାମ, ଫେସବୁକ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ପୂର୍ବ ତଥା ପ୍ରି-ୱେଡିଂ ସେଲିବ୍ରେସନର ଫଟୋ ଓ ଭିଡିଓ ଘୁରି ବୁଲୁଛି। ଏହି ହାଇ-ପ୍ରୋଫାଇଲ ବାହାଘର ଫଟୋ ଓ ଭିଡିଓ ଦେଖିବା ପାଇଁ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ସମସ୍ତେ ଘଡିକେ ଘଡି ସୋସିଆଲ ମିଡ଼ିଆରେ ସର୍ଚ୍ଚ କରି ଦେଖୁଛନ୍ତି।

ଦେଶର ବହୁ ପ୍ରତୀକ୍ଷିତ ବିବାହ ! ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମଗ୍ର ଦେଶ ଓ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅବସରରେ ବଲିଉଡର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏବଂ ଅନ୍ତର୍ଜାତୀୟ ତାରକାମାନେ ଉତ୍ସାହିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଗୁଜରାଟର ଜାମନଗରରେ ଅନୁଷ୍ଠିତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନରେ ବଲିଉଡ ଓ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସ୍ପୋର୍ଟସ ଜଗତର ବିଭିନ୍ନ ସେଲିବ୍ରିଟିମାନେ ଯୋଗ ଦେଇଛନ୍ତି। ଏଥିରେ ପ୍ରାୟ ୧୦୦୦ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି। ଶୁକ୍ରବାର ଅନ୍ତର୍ଜାତୀୟ ବାରବାର୍ଡିଆନ ସିଙ୍ଗର ତଥା ଗ୍ରାମି ଆୱାର୍ଡ ୱିନର ରିହାନା ଅମ୍ବାନୀ ପରିବାରର ଏହି ସେଲିବ୍ରେସନରେ ଯୋଗ ଦେଇଥିଲେ। ରିହାନା ନନ ଷ୍ଟପ ଏଣ୍ଟରଟେନମେଣ୍ଟ ଯୋଗାଇ ଦେଇଥିଲେ। ଏହି ନନ ଷ୍ଟପ ମନୋରଞ୍ଜନ ପାଇଁ ସେ ୬୦ କୋଟି ଟଙ୍କା ପାଖାପାଖି ଦାବି କରିଥିଲେ।

ସେହିପରି ଶନିବାର ରାତିରେ ଶାହାରୁଖ ଖାନ, ସଲମାନ ଖାନ, ଅମିର ଖାନ୍, ରାଣୀ ମୁଖାର୍ଜୀ, ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ, ଭିକି କୌଶଲ, କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ରଣବୀର ସିଂ, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ, ଅନିଲ କପୁର, ଅର୍ଜୁନ କପୁର, ଜାହ୍ନବୀ କପୁର, ରଣବୀର କପୁର, ଆଲିଆ ଭଟ୍ଟ, ସାରା ଅଲ୍ଲୀ ଖାନ ଏବଂ ଟାଇଗର ଶ୍ରଫଙ୍କ ସମେତ ଅନେକ ନାମୀଦାମୀ ଫିଲ୍ମ ଜଗତର କଳାକାର ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଅଭିନେତା ଓ ଅଭିନେତ୍ରୀମାନେ ମନୋରଞ୍ଜନ ପାଇଁ ନୃତ୍ୟ ଓ ସଙ୍ଗୀତ ପରିବେଷଣ ମଧ୍ୟ କରିଛନ୍ତି। ସେହିଭଳି ଏମ.ଏସ ଧୋନୀ, ସଚ୍ଚୀନ ତେନ୍ଦୁଲକର ଓ ରୋହିତ ଶର୍ମା ମଧ୍ୟ ଏହି ପ୍ରି-ୱେଡିଂ ସେଲିବ୍ରେସନରେ ଯୋଗ ଦେଇଥିଲେ।

ଏହି ହାଇ-ପ୍ରୋଫାଇଲ ୱେଡିଂରେ ଅମ୍ବାନୀଙ୍କ ପରିବାରକୁ ଦେଶ ବିଦେଶରୁ ଅତିଥିଙ୍କ ସୁଅ ଛୁଟିଛି। ମାର୍କ ଜୁକରବର୍ଗଙ୍କଠାରୁ ଆରମ୍ଭ କରି ଇଭାଙ୍କା ଟ୍ରମ୍ପ ଓ ବିଲ୍ ଗେଟ୍ସ ସମସ୍ତଙ୍କୁ ଦେଖିବାକୁ ମିଳୁଛି। ଏହି ବାହାଘରରେ ଅତିଥିମାନଙ୍କୁ ମଧ୍ୟ ସ୍ୱାଗତ କରିବା ପାଇଁ କିଛି ବି କଷଣ ଛଡା ଯାଉନାହିଁ। ଏହି ବାହାଘରରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ବରାଦ ହୋଇଥିବା ବେଳେ ଅମ୍ବାନୀଙ୍କ ଦିନିକିଆ ରୋଜଗାରର ମାତ୍ର ୦.୦୧ % ଖର୍ଚ୍ଚ ହୋଇଛି ବୋଲି ଶୁଣିବାକୁ ମିଳୁଛି।