ପଦ୍ମ ଧରିଲେ ତପନ ଚାନ୍ଦ

ବିଜେପିରେ ମିଶିଛନ୍ତି ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ତପନ।

ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି ତପନ

ଭୁବନେଶ୍ବର, ୦୬/୦୩/୨୦୨୪: ନାଲକୋର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ (ସିଏମଡି) ତପନ ଚାନ୍ଦ ବୁଧବାର ବିଜେପି ରାଜ୍ୟ ମୁଖ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ଚାନ୍ଦ ତାଙ୍କ ସମର୍ଥକଙ୍କ ସହ ଏକ ରାଲିରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ଦଳର ସଭାପତି ମନମୋହନ ସାମଲ ତାଙ୍କୁ ବିଜେପିରେ ସ୍ୱାଗତ କରିଥିଲେ। ଜନସାଧାରଣଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ପଣ ଓ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଚାନ୍ଦ କହିଛନ୍ତି।