ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ

ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ବ୍ୟକ୍ତିଗତ କାରଣରୁ ଦଳ ଛାଡିଲେ

ଭୁବନେଶ୍ବର, ୦୪/୦୪/୨୦୨୪: ଆଠମଲ୍ଲିକ ବିଧାୟକ ରମେଶ ସାଏ ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରମେଶ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ରମେଶ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ,”ବ୍ୟକ୍ତିଗତ କାରଣରୁ ମୁଁ ଦଳରେ ରହିପାରିବି ନାହିଁ। ତେଣୁ ତୁରନ୍ତ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବିଜେଡି ଦଳ ଏବଂ ଏହାର ନେତାଙ୍କ ସହ କାମ କରି ମୁଁ ଗୌରବ ଅନୁଭବ କରୁଛି।”