ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ: ପରିବର୍ତ୍ତନର ଜ୍ୱଳନ୍ତ ଉଦାହରଣ

ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ୫-ଟି ଅଧିନରେ ଏକ ଉନ୍ନତମାନର ପ୍ରକଳ୍ପ।

ବରମୁଣ୍ଡା ବସ ଟର୍ମିନାଲକୁ ସଂଯୋଗ ହେବ ଭୁବନେଶ୍ବର ମେଟ୍ରୋ

ଭୁବନେଶ୍ୱର, ୦୪/୦୪/୨୦୨୪: ଭୁବନେଶ୍ୱରର ନବନିର୍ମିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ଏକ ପ୍ରମୁଖ ପରିବହନ କେନ୍ଦ୍ର ଭାବେ ଉଭା ହୋଇଛି, ଯାହା ଯାତ୍ରୀମାନଙ୍କୁ ଉଲ୍ଲେଖନୀୟ ଭାବେ ଆରାମ ଓ ସୁବିଧା ପ୍ରଦାନ କରୁଛି। ପରିବର୍ତ୍ତନଶୀଳ ଦୃଷ୍ଟିକୋଣର ଏକ ଜ୍ୱଳନ୍ତ ଉଦାହରଣ ଏହି ଟର୍ମିନାଲରେ ଏବେ ଦୈନିକ ୨୦,୦୦୦ ଯାତ୍ରୀ ଏବଂ ୧୫୦୦ ବସ୍ ଯାତାୟାତ କରୁଛନ୍ତି।

ବାବାସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲର ସ୍ୱତନ୍ତ୍ର ବିଶେଷତ୍ୱ ହେଉଛି ଏହାର ଅତ୍ୟାଧୁନିକ ସୁବିଧା। ଟର୍ମିନାଲରେ ପ୍ରବେଶ କରିବା ମାତ୍ରେ ଯାତ୍ରୀମାନଙ୍କୁ ଏକ ଆକର୍ଷଣୀୟ ସମସାମୟିକ ସ୍ଥାପତ୍ୟ ଦ୍ୱାରା ସ୍ୱାଗତ କରାଯାଏ। ୧୫.୫ ଏକର ପରିମିତ ଅଞ୍ଚଳରେ ହୋଇଥିବା ଏହି ଟର୍ମିନାଲର ରଣନୈତିକ ଅବସ୍ଥିତି ଏବଂ ଏହାର ଆଧୁନିକ ସୁବିଧା ଏହାର ଲୋକପ୍ରିୟତା ବୃଦ୍ଧିର ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଏ। ଏୟାରପୋର୍ଟ ଭଳି ଟର୍ମିନାଲରେ ଆହାର କେନ୍ଦ୍ର, ବେବି ଫିଡିଂ ରୁମ୍, ସୁରକ୍ଷିତ ପୋଷାକ ରୁମ୍, ଯାତ୍ରୀଙ୍କ ପାଇଁ ବିଶ୍ରାମଗାର, ମଲ୍ଟି କୁଜିନ୍ ଫୁଡ୍ କୋର୍ଟ ସମେତ ପ୍ରତୀକ୍ଷା ସ୍ଥାନ, ପୂର୍ଣ୍ଣ ରକ୍ଷଣାବେକ୍ଷଣ ଶୌଚାଳୟ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ରହିଛି ଯାହା ଯାତ୍ରୀଙ୍କ ଯାତ୍ରାକୁ ସହଜ କରୁଛି। ବିଶାଳ ଏବଂ ଉନ୍ନତ ଆଲୋକୀକରଣର ପରିବେଶ ଏକ ସ୍ୱାଗତଯୋଗ୍ୟ ପରିବେଶ ସୃଷ୍ଟି କରୁଛି।

୫ଟି ର ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଇନିସିଏଟିଭ୍ ଅଧୀନରେ ହାତକୁ ନିଆଯାଇଥିବା ଏହା ଅତ୍ୟନ୍ତ ଉନ୍ନତମାନର ପ୍ରକଳ୍ପ। ଆମେ ସମସ୍ତେ ଏହି ବିଶ୍ୱସ୍ତରୀୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପାଇଁ ଚେଷ୍ଟା କରିବା ଉଚିତ।

ଏହି ଟର୍ମିନାଲରେ ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଏକ ଉତ୍ସର୍ଗୀକୃତ ଗ୍ୟାଲେରୀ ରହିଛି ଯାହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ। ଅଧିକ ଆରାମଦାୟକ ଯାତ୍ରା ଅନୁଭୂତି ଚାହୁଁଥିବା ଲୋକଙ୍କ ପାଇଁ, ଟର୍ମିନାଲରେ ଆରାମଦାୟକ ଭାବରେ ବସିବା ପାଇଁ ଉପଯୋଗୀ ସ୍ଥାନ, ଟେଲିଭିଜନ ସେଟ୍ ଏବଂ ଟିଫିନ ପାଇଁ ସୁବିଧା ମଧ୍ୟ ରହିଛି। ପିଲାମାନଙ୍କ ସହିତ ଯାତ୍ରା କରୁଥିବା ପରିବାରମାନେ ସ୍ପୋର୍ଟସ କ୍ଷେତ୍ରର ଲାଭ ଉଠାଇପାରିବେ ଯାହା ପିଲାମାନଙ୍କ ପାଇଁ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରିବ।

ଅତ୍ୟାଧୁନିକ ସୁବିଧାର ପ୍ରଶଂସା କରି ଜଣେ ଯାତ୍ରୀ କହିଛନ୍ତି, ବସ୍ ଟର୍ମିନାଲ ଭଳି ଏଭଳି ବିମାନବନ୍ଦର ଦେଖି ମୁଁ ଓ ମୋ ପରିବାର ଆନନ୍ଦିତ। ଏଭଳି ଏକ ସୁନ୍ଦର ବସ୍ ଟର୍ମିନାଲ ନିର୍ମାଣ କରିଥିବାରୁ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଧନ୍ୟବାଦ। ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ମୋ ବସ୍ ଧରିବା ପାଇଁ ଏଠାରେ ଅପେକ୍ଷା କରିବା ସମୟରେ ମୋର ଏକ ଅଦ୍ଭୁତ ଅନୁଭୂତି ହୋଇଥିଲା।

ଏହି ଟର୍ମିନାଲରେ ପରବର୍ତ୍ତୀ ସ୍ତରର ରୂପାନ୍ତର ଦେଖିବାକୁ ମିଳିବ। ଭୁବନେଶ୍ୱର ମେଟ୍ରୋକୁ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ସହ ସଂଯୋଗ କରିବାକୁ ଯୋଜନା କରାଯାଇଛି।

ଭୁବନେଶ୍ୱର ମେଟ୍ରୋ ବିମାନବନ୍ଦର, ରେଳ ଷ୍ଟେସନ, ଇନଫୋସିଟି ଓ ତ୍ରିଶୁଳିଆକୁ ସଂଯୋଗ କରୁଥିବା ବିଏସବିଏଟିରେ ଅବତରଣ କରିବା ପରେ ପରବର୍ତ୍ତୀ ପର୍ଯ୍ୟାୟ ରୂପାନ୍ତରୀକରଣ ହେବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଯୋଗୁଁ ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ମହାନଗରୀ ଆଡକୁ ନେଇ ଏହି ସ୍ୱପ୍ନ ସାକାର ହେବ।