ମୋନିଦୀପାଙ୍କୁ ମିଳିଲା ନୂତନ ଦାୟିତ୍ବ

ଗତ ମାର୍ଚ୍ଚ ମାସ ୧୭ ତାରିଖରେ ମୋନିଦୀପା ସର୍ଖେଲ ବିଜେଡିରେ ଯୋଗ ଦେଇଥିଲେ।

ବିଜେଡିର ପ୍ରମୁଖ ପଦରେ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ବର, ୦୫/୦୪/୨୦୨୪: ଗତ ମାର୍ଚ୍ଚ ୧୭ରେ ବିଜେଡିରେ ଯୋଗ ଦେଇଥିବା ମୋନିଦୀପା ସର୍ଖେଲଙ୍କୁ ମିଳିଛି ନୂତନ ଦାୟିତ୍ବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋନିଦୀପାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ପଦରେ ନିଯୁକ୍ତ କରିଛନ୍ତି। ମୋନିଦୀପାଙ୍କ ଉପରେ ଆସ୍ଥା ପ୍ରକଟ କରି ନବୀନ ଏହି ନୂତନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।