ବିଜେଡିରେ ସାମିଲ ହେଲେ କଂଗ୍ରେସ କର୍ମୀ

ଆଜି କୁଜଙ୍ଗ ବ୍ଲକର ବିଭିନ୍ନ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି।

ଶଙ୍ଖ ଭବନରେ ମିଶ୍ରଣ ପର୍ବ

ଭୁବନେଶ୍ୱର, ୦୬/୦୪/୨୦୨୪: ଆଜି ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ କଂଗ୍ରେସରୁ ଇସ୍ତଫା ଦେଇଥିବା କୁଜଙ୍ଗ ବ୍ଲକର ବିଭିନ୍ନ ନେତା ବିଜେଡିରେ ସାମିଲ ହୋଇଛନ୍ତି। ପାରାଦ୍ଵୀପ ନଗର କଂଗ୍ରେସ ସଭାପତି ଅନୁପ କୁମାର ସାହାଣୀ, କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଦାସ, ଆମ ପାରାଦୀପ ଆମ ପ୍ରଗତି ଓ କୁଜଙ୍ଗ ବ୍ଲକ କଂଗ୍ରେସ ଉପସଭାପତି କୈଳାସଚନ୍ଦ୍ର ସାହୁ, କୁଜଙ୍ଗ ବ୍ଲକ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ ଏବଂ ପାରାଦୀପ ଏରସମା ଶିଳ୍ପ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ସମୀର ବିଶ୍ୱାଳ ବିଜେଡିରେ ଯୋଗ ଦେଇଛନ୍ତି। ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ଓ ବିଜେଡି ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।