ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର

ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ବିଜେଡିରେ ମିଶି ପାରନ୍ତି!

ଭୁବନେଶ୍ୱର, ୦୭/୦୪/୨୦୨୪: ରାଜ୍ୟ ବିଜେପିକୁ ଏକ ବଡ ଝଟକା। ଦଳର ବିଶିଷ୍ଟ ନେତ୍ରୀ ଦେଲେ ଇସ୍ତଫା। ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଲେଖାଶ୍ରୀ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇ ପାରିନାହିଁ। ମୋ ପାଇଁ ଏଠାରେ କିଛି କରିବାକୁ ସୁଯୋଗ ନାହିଁ। ତେଣୁ ଦଳରୁ ଇସ୍ତଫା ଦଉଛି।

ଉଲ୍ଲେଖଯୋଗ୍ୟ ଯେ, ଲେଖାଶ୍ରୀ ସାମନ୍ତସିଂହାର ୧୦ ବର୍ଷ ହେବ, ବିଜେପିରେ ସକ୍ରିୟ ଥିଲେ। ରାଜ୍ୟ ଉପସଭାପତି ପଦରେ ମଧ୍ୟ ଅଧିଷ୍ଠିତ ହୋଇଥିଲେ। କିନ୍ତୁ ଦଳରେ କୌଣସି ସୁଯୋଗ ନ ମିଳିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଦଳ ଛାଡିବା ପରେ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଯଦି ଲେଖାଶ୍ରୀ ବିଜେଡିରେ ଯୋଗ ଦିଅନ୍ତି ତାହାଲେ, ବିଜେଡି ତାଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।