ଏପ୍ରିଲ ୧୫ରେ ଓଡିଶା ବନ୍ଦ ଡାକରା ଦେଲା ମାଓ ସଂଗଠନ

ମାଓ ସଙ୍ଗଠନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଏନକାଉଣ୍ଟର ପ୍ରତିବାଦରେ ୫ ରାଜ୍ୟ ବନ୍ଦ ଡାକରା

ଭୁବନେଶ୍ୱର, ୦୯/୦୪/୨୦୨୪: ଏପ୍ରିଲ ୧୫ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ସିପିଆଇ। ଓଡ଼ିଶା ସମେତ ୫ଟି ରାଜ୍ୟରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଏପ୍ରିଲ ୧୫ ତାରିଖରେ ବନ୍ଦ ପାଳନ କରିବାକୁ ମାଓବାଦୀ ସଂଗଠନ ଅନୁରୋଧ କରିଛି।

ବିଶେଷ କରି ଆନ୍ଦୋଳନ ଜୋରଦାର ଥିବା ଏହି ପାଞ୍ଚଟି ରାଜ୍ୟର ଲୋକଙ୍କୁ ମାଓବାଦୀମାନେ ଏକଜୁଟତା ପ୍ରଦର୍ଶନ କରିବାକୁ ନିବେଦନ କରିଛନ୍ତି। ମାଓ ସଂଗଠନ ଏକ ବିଜ୍ଞପ୍ତିରେ କହିଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ସମଗ୍ର ଦେଶରେ ସୁରକ୍ଷା ବାହିନୀ ଦ୍ୱାରା ୫୦୦୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି। ଗତ ତିନି ମାସ ମଧ୍ୟରେ ପ୍ରାୟ ୫୦ ଜଣ ଓ ଗତ ୧୫ ଦିନ ମଧ୍ୟରେ ୨୨ ଜଣ ମାଓବାଦୀ ନିହତ ହୋଇଛନ୍ତି।