ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ: ଆସିଲା ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢିବେ ନବୀନ

ଭୁବନେଶ୍ବର, ୧୭/୦୪/୨୦୨୪: ଶାସକ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନ ପାଇଁ ବୁଧବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ୨ଟି ଯଥା ସମ୍ବଲପୁର ଓ ରାଇରାଖୋଲ ସିଟ ପାଇଁ ପ୍ରାର୍ଥୀ ଅଦଳବଦଳ କରାଯାଇଛି।

ସଦ୍ୟତମ ସୂଚନା ଅନୁଯାୟୀ, ପୂର୍ବରୁ ସମ୍ବଲପୁର ପାଇଁ ଘୋଷଣା ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ଏବେ ରାଇରାଖୋଲରୁ ନିର୍ବାଚନ ଲଢ଼ିବେ। ସେହିପରି ରାଇରାଖୋଲ ପାଇଁ ପୂର୍ବରୁ ମନୋନୀତ ହୋଇଥିବା ରୋହିତ ପୂଜାରୀ ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ।

ସେହିପରି ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ। ପଶ୍ଚିମ ଓଡ଼ିଶାରେ ଶାସକ ଦଳର ପ୍ରଭାବ ବିସ୍ତାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଶ୍ଚୟ ଏକ ନୂଆ ରଣନୀତି ଆପଣାଇଛନ୍ତି। ୨୦୧୯ରେ ଲୋକସଭା ଆସନ ବିଜେଡ଼ି ହରାଇଥିବା ବେଳେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିଜକୁ ପ୍ରାର୍ଥୀ ଭାବେ ବାଛି ଏକ ନୂଆ ବାର୍ତ୍ତା ଦେଇଛନ୍ତି। ଏବର୍ଷ କଣ୍ଟାବାଞ୍ଜିରୁ ନିହାତି ଏକ ବିଗ୍ ଫାଇଟ୍ ହେବ।

ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକା:

ଚିତ୍ରକୋଣ୍ଡା: ଲକ୍ଷ୍ମୀପ୍ରିୟା ନାୟକ

ପଦ୍ମପୁର: ବର୍ଷା ସିଂ ବରିହା

କୁଚିଣ୍ଡା: ରାଜେନ୍ଦ୍ର ଛତ୍ରିଆ

ଦେବଗଡ଼: ଅରୁନ୍ଧତୀ ଦେବୀ

ଅନୁଗୁଳ: ସଂଯୁକ୍ତା ସିଂ

ନିମାପଡ଼ା: ଦିଲ୍ଲୀପ ନାୟକ

ସାନଖେମୁଣ୍ଡି: ଗୀତାଞ୍ଜଳି ଦେବୀ

ଜୟପୁର: ଇନ୍ଦିରା ନନ୍ଦ

ରାଇରାଖୋଲ: ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର: ରୋହିତ ପୂଜାରୀ

କଣ୍ଟାବାଞ୍ଜି: ନବୀନ ପଟ୍ଟନାୟକ