ହିଟ୍ ୱେଭ ପାଇଁ ସତର୍କ ହେଲା ଗଣଶିକ୍ଷା ବିଭାଗ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତାପମାତ୍ରା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି।

୩ ଦିନ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ବର, ୧୭/୦୪/୨୦୨୪: ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ପାଉଛି ତାପମାତ୍ରା। ସକାଳ ୮ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇ ଯାଉଛି। ଏଣୁ ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୮ ତାରିଖରୁ ୨୦ ତାରିଖ ଯାଏ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ। ଏ ନେଇ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ଗତ ୩ ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ହିଟ୍ ୱେଭ ମଧ୍ୟ ଜାରି ରହିଛି। ତେଣୁ ସମ୍ଭାବ୍ୟ ଅଂଶୁଘାତକୁ ଏଡାଇବା ପାଇଁ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତିକୁ ଅଭିଭାବକ ସଂଘ ମଧ୍ୟ ସ୍ୱାଗତଯୋଗ୍ୟ ବୋଲି କହିଛି।