ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ

ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରାଯାଇଛି।

ପୁଣି ଯବାନ-ମାଓବାଦୀ ମୁହାଁମୁହିଁ

ଛତିଶଗଡ଼, ୩୦/୦୪/୨୦୨୪: ଛତିଶଗଡ଼ରେ ପୁଣି ମୁହାଁମୁହିଁ ହୋଇଛନ୍ତି ଯବାନ ଓ ମାଓବାଦୀ। ଓଡ଼ିଶାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଡିଆରଜି, ଏସଟିଏଫର ମିଳିତ କମ୍ବିଂ ଅପରେସନ ବେଳେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ହୋଇଥିବା ଗୁଳି ବିନିମୟ ସମୟରେ ୪ ମାଓବାଦୀ ଟଳି ପଡ଼ିଛନ୍ତି। ପୁଲିସ ଘଟଣାସ୍ଥଳରୁ ଉକ୍ତ ମାଓବାଦୀଙ୍କ ମୃତ ଶରୀର, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରିଛି। ଏହା ସହ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।