ନାମାଙ୍କନ ପତ୍ର ଦାଖଲ କଲେ ବବି

ଆଜି ସମ୍ବଲପୁରରେ ନାମାଙ୍କନ ପତ୍ର ଦାଖଲ କଲେ ବବି।

ମା’ ସମଲେଇଙ୍କ ଆଶୀର୍ବାଦ ନେଲେ

ଭୁବନେଶ୍ବର, ୩୦/୦୪/୨୦୨୪: ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ଦାଖଲ କରିବା ନିମନ୍ତେ ବାହାରିଥିଲେ। ପ୍ରଥମେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଦର୍ଶନ କରି ବାଲିବନ୍ଧଠାରୁ ତାଙ୍କର ହଜାର ହଜାର କର୍ମୀଙ୍କ ସହ ବାହାରିଥିଲେ। ଏହି ଅବସରରେ ସେ କହିଛନ୍ତି ସମ୍ବଲପୁରବାସୀ ଅତ୍ୟନ୍ତ ସ୍ନେହୀ ଓ ମୋର ପରିବାର ମଧ୍ୟ ଏବଂ ତାଙ୍କର ସେବା କରିବା ମୋର କର୍ତ୍ତବ୍ୟ। ସମ୍ବଲପୁର ମାଟିର କିଭଳି ଉତ୍ତରୋତ୍ତର ଉନ୍ନତି ତଥା ବିକାଶ ହେବ ସେଥିଲାଗି ମୁଁ ଚିନ୍ତାଶୀଳ। ସମ୍ବଲପୁରବାସୀଙ୍କ ସୁସ୍ଥ ନିରାମୟ ଜୀବନ ସମ୍ପର୍କରେ ମା’ ସମଲେଇଙ୍କ ନିକଟରେ ପ୍ରାର୍ଥନା କରୁଛି। ପ୍ରଭୁ ଜଗନ୍ନାଥ ଓ ମା’ ସମଲେଇଙ୍କ କୃପାରୁ ସେ ଏହି ନିର୍ବାଚନରେ ଜୟଯୁକ୍ତ ହୋଇ ବିଜୟର ଟିକା ପିନ୍ଧନ୍ତୁ ଏବଂ ସମ୍ବଲପୁର ତଥା ସମଗ୍ର ଓଡ଼ିଶାର ବିକାଶ ପାଇଁ ଦେଖିଥିବା ତାଙ୍କର ସମସ୍ତ ସ୍ବପ୍ନ ପୂରଣ ହେଉ।