ଗରମରୁ ମିଳିଲା ତ୍ରାହି

ଆସନ୍ତା ୩ ଘଣ୍ଟା ମଧ୍ୟରେ ୬ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ବର, ୦୧/୦୫/୨୦୨୪: ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ ଗରମରୁ ମିଳିଛି ଆଶ୍ୱସ୍ତି। ଆଜି ପୂର୍ବାହ୍ନ ୧୧ଟା ୩୦ ସୁଆଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୧.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୪୧.୨ ଡିଗ୍ରୀ, ସମ୍ବଲପୁର ୪୦.୬ ଡିଗ୍ରୀ ଓ ହୀରାକୁଦରେ ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। କିନ୍ତୁ ଆଜି ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଅଛି। ଯାହାଫଳରେ ପ୍ରବଳ ଗରମରୁ ସାମାନ୍ଯ ଆଶ୍ୱସ୍ତି ମିଳିବ।

ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।