ଆସିଲା ବିଜେଡିର ଶେଷ ପ୍ରାର୍ଥୀ ତାଲିକା

ବିଜେଡି ପକ୍ଷରୁ ୧୪୭ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଗଲା।

ବଦଳିଲେ ଦେବଗଡ ପ୍ରାର୍ଥୀ

ଭୁବନେଶ୍ବର, ୦୨/୦୫/୨୦୨୪: ବିଜେଡି ଶେଷ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶେଷ ପର୍ଯ୍ୟାୟରେ ବଳକା ତିନିଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।

ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ସୁକାନ୍ତ ନାୟକ ଓ କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେହିପରି ଦେବଗଡର ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀଙ୍କୁ ପୂର୍ବରୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବା ବେଳେ ଆଜି ତାଙ୍କ ସ୍ଥାନରେ ରୋମାଞ୍ଚ ବିଶ୍ୱାଳଙ୍କୁ ଟିକେଟ୍ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ବିଜେଡି ପୂର୍ବରୁ ୧୪୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।