ବିଜେପି ଛାଡିଲେ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସିମାନ୍ତିନୀ।

ଦଳର ବାତାବରଣ ଶ୍ୱାସରୁଦ୍ଧ: ସିମାନ୍ତିନୀ

ଭୁବନେଶ୍ୱର, ୦୨/୦୫/୨୦୨୪: ବିଜେପି ଛାଡିଛନ୍ତି ମହିଳା ମୋର୍ଚ୍ଚାର ପୂର୍ବତନ ଅଧ୍ୟକ୍ଷା ସିମାନ୍ତିନୀ ଜେନା। ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସିମାନ୍ତିନୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସିମାନ୍ତିନୀ ଇସ୍ତଫା ପତ୍ର ପଠାଇଛନ୍ତି।

ସେ ଚିଠିରେ ଦଳର ବାତାବରଣକୁ ‘ଶ୍ୱାସରୁଦ୍ଧ’ ବୋଲି ବର୍ଣ୍ଣନା କରି ବରିଷ୍ଠ ନେତ୍ରୀ କହିଛନ୍ତି ଯେ ବିଜେପିରେ ଆଉ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ସିମାନ୍ତିନୀ ଗତ ୨୭ ବର୍ଷ ଧରି ବିଜେପି ସହ ଜଡିତ ଥିଲେ ଏବଂ ଅନେକ ସାଂଗଠନିକ ଦାୟିତ୍ୱ ନିର୍ବାହ କରିଥିଲେ।