୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଜେପି ପକ୍ଷରୁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣ ବିଜୁଳିଙ୍କୁ ଟିକେଟ

ଭୁବନେଶ୍ବର,୦୨/୦୫/୨୦୨୪: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଉ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଟକ-ବାରବାଟୀ ଆସନରୁ ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଘସିପୁରାରୁ ଡାକ୍ତର ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ସୁଧାଂଶୁ ନାୟକ, ବରୀ ବିଧାନସଭା ଆସନ ପାଇଁ ଉମେଶ ଚନ୍ଦ୍ର ଜେନା ଓ ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣ ବିଜୁଳିଙ୍କୁ ପ୍ରାର୍ଥୀ କରାଯାଇଛି।