ବିଜେଡିର ପ୍ରଚାରପତ୍ର କାଢିଦେଉଛି ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ଭବାନୀ ପ୍ରସାଦ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି

ଭୁବନେଶ୍ବର, ୦୬/୦୫/୨୦୨୪: ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ଭବାନୀ ପ୍ରସାଦ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ବ୍ରହ୍ମପୁର ଅଞ୍ଚଳରେ ବିଜେଡିର ଦଳୀୟ ପୋଷ୍ଟର କାଢିଦେବା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି।

ବିଜେଡି ଅଭିଯୋଗ କରିଛି ଯେ, ବ୍ରହ୍ମପୁର ମହାନଗର ନିଗମ କମିଶନର ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକ ପ୍ରାର୍ଥୀଙ୍କ ପୋଷ୍ଟର କାଢୁ ନଥିବା ବେଳେ ବିଜେଡିର ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର ଓ ଫ୍ଲେକ୍ସ ସମସ୍ତ ପ୍ରକାର ପ୍ରଚାରପତ୍ରକୁ କାଢି ଦେଉଛନ୍ତି। ଏହା ଅତ୍ୟନ୍ତ ଅଗଣତାନ୍ତ୍ରିକ। ଆଇନ ସମସ୍ତଙ୍କ ପାଇଁ ସମାନ। ଯଦି ଏହା ଆଇନ ଉଲ୍ଲେଖ୍ୟ ତାହାଲେ ସମସ୍ତଙ୍କ ପ୍ରତି ଲାଗୁ ହେଉ। ହେଲେ, ଗୋଟିଏ ଦଳ ପ୍ରତି ଏପରି ବ୍ୟବହାର, ବିଏମସି କମିଶନରଙ୍କ ଏଭଳି କାର୍ଯ୍ୟ ଅଗଣତାନ୍ତ୍ରିକ। ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।