ଇସ୍ତାହାର ଜାରି କଲେ ଅରବିନ୍ଦ କେଜ୍ରିୱାଲ

ଆପ୍ ୧୦ ଗ୍ୟାରେଣ୍ଟି ବିଶିଷ୍ଟ ଇସ୍ତାହାର ଜାରି କରିଛି।

ଚୀନଠାରୁ ଭାରତର ଜମି ମୁକ୍ତ କରିବାକୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୧୨/୦୫/୨୦୨୪: ଜେଲରୁ ଜାମିନରେ ଆସିବା ପରେ ଆଜି ଦିଲ୍ଲୀ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆମ୍ ଆଦମୀ ପାର୍ଟି (ଆପ୍) କ୍ଷମତାକୁ ଆସିଲେ ୧୦ଟି ଗ୍ୟାରେଣ୍ଟି ଦେବେ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ।

ରବିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କହିଛନ୍ତି ମୋର ଗିରଫଦାରୀ ଯୋଗୁଁ ଇସ୍ତାହାର ଜାରି କରିବାରେ ବିଳମ୍ବ ହେଲା। କିନ୍ତୁ ଏବେ ବି ଅନେକ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ଗ୍ୟାରେଣ୍ଟି ବିଷୟରେ ଇଣ୍ଡିଆ ଗୋଷ୍ଠୀ ସହ ଆଲୋଚନା କରିନାହିଁ। କିନ୍ତୁ ଆଶା କରୁଛି ଯେ କାହାର କଛି ଅସୁବିଧା ହେବ ନାହିଁ। ଆପ୍ ସରକାର ଗଢିଲେ ନିଶ୍ଚୟ ଜାରି ହୋଇଥିବା ଇସ୍ତାହାର କାର୍ଯ୍ୟକାରୀ ହେବ।

ଅରବିନ୍ଦ କେଜ୍ରିଓ୍ଵାଲ ଘୋଷଣା କରିଥିବା ୧୦ଟି ଗ୍ୟାରେଣ୍ଟି:

ସାରା ଦେଶରେ ୨୪ ଘଣ୍ଟିଆ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଯୋଗାଣ ।

ସମସ୍ତଙ୍କ ପାଇଁ ମାଗଣା ଶିକ୍ଷାର ବ୍ୟବସ୍ଥା କରିବା ଏବଂ ସରକାରୀ ବିଦ୍ୟାଳୟଗୁଡ଼ିକୁ ଘରୋଇ ବିଦ୍ୟାଳୟ ତୁଳନାରେ ଉନ୍ନତ କରାଯିବ।

ସରକାରୀ ଡାକ୍ତରଖାନାଗୁଡ଼ିକରେ ଘରୋଇ ହସ୍ପିଟାଲ ଭଳି ଭିତ୍ତିଭୂମି ଓ ସୁବିଧା ଉପଲବ୍ଧ କରିବା।

ଚୀନ ଅକ୍ତିଆର କରିଥିବା ଭାରତର ଜମି ମୁକ୍ତ ହେବ ଓ ସେନାକୁ ମିଳିବ ସ୍ୱାଧୀନତା।

ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ।

କୃଷକମାନେ ସେମାନଙ୍କ ଫସଲପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ।

ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସୁନିଶ୍ଚିତ କରାଯିବ।

ପ୍ରତିବର୍ଷ ୨ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ଯୋଜନା।

ଭ୍ରଷ୍ଟାଚାର ବିରୁଦ୍ଧରେ ଗ୍ୟାରେଣ୍ଟି: ଦେଶକୁ ଦୁର୍ନୀତିରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି।

ଚୀନର ବାଣିଜ୍ୟ କ୍ଷମତାକୁ ଅତିକ୍ରମ କରିବା ଲକ୍ଷ୍ୟରେ ଜିଏସଟିକୁ ଆହୁରି ସରଳ କରିବାକୁ ଯୋଜନା।