ଲାଇନରେ ଠିଆହୋଇ ନିଜ ମତ ସାବ୍ୟସ୍ତ କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି ଜିଲ୍ଲାରେ ମୋଟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି।

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ନିବେଦନ

ମାଲକାନଗିରି, ୧୩.୦୫.୨୦୨୪: ଆଜି ମାଲକାନଗିରି ଜିଲ୍ଲାରେ ଭୋଟ ଗ୍ରହଣ କରା ଯାଉଛି। ମାଲକାନଗିରି ଜିଲ୍ଲାରେ ମୋଟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ମତଦାନ ଲାଗି ଜିଲ୍ଲାରେ ମୋଟ ୫୪୭ ଟି ପୋଲିଙ୍ଗ ବୁଥ୍ କରାଯାଇଛି ଯାହା ମଧ୍ୟରେ ୧୧୪ଟି ମାଓ ପ୍ରବଣ ଅଞ୍ଚଳର ଅତି ସମ୍ବେଦନଶୀଳ ବୁଥ୍ ରହିଛି। ୩୦ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ଭାବେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ଭିନ୍ନକ୍ଷମଙ୍କ ଲାଗି ୨ଟି ବୁଥ୍ ରହିଥିବା ବେଳେ ୧୦ଟି ଯୁବ ବୁଥ୍ ରହିଛି। ମାଲକାନଗିରି ଜିଲ୍ଲାରେ ଭିଷଣ ଖରା ହେଉଥିବା ଯୋଗୁଁ ଭୋଟର ମାନଙ୍କୁ ଯଥା ସମ୍ଭବ ପୂର୍ବାହ୍ନ ସମୟରେ ମତଦାନ କେନ୍ଦ୍ରକୁ ଆସିବା ଲାଗି ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ମାଲକାନଗିରି ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଆଜି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ନିଜ ମତ ସାବ୍ୟସ୍ତ କରିବାକୁ କୁମୁଟିଗୁଡା ସ୍କୁଲରେ ନିର୍ମିତ ହୋଇଥିବା ବୁଥରେ ଲାଇନରେ ଛିଡାହୋଇଥିବା ଦେଖିବାକୁ ମିଳିଛି।