ରାଜନୀତିରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ବିଳମ୍ବ ନେଇ ପ୍ରଶ୍ନ କରିଛନ୍ତି।

ରଥଯାତ୍ରା ବେଳେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର: ବିଜେଡ଼ି

ପୁରୀ, ୨୦/୦୫: ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜନୀତିରେ ଝଡ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବାରମ୍ବାର ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ପରେ ରାଜନୀତିରେ ଏହା ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଶାସକ ଦଳକୁ ଭୀଷଣ ସମାଲୋଚନା କରିଥିଲେ। ଏହା ପରେ ମୁହଁ ଖୋଲିଛି ବିଜେଡି।

ବିଜେଡି ମୁଖପାତ୍ର ସୁଲତା ଦେଓ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ ନିର୍ବାଚନରେ ବିଜେପି ପରାଜିତ ହେବା ନିଶ୍ଚିତ। ତେଣୁ ଦଳର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସହ ମନୋବଳ ବଢାଇବା ପାଇଁ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି। ଜୁଲାଇ ମାସରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ବୋଧହୁଏ ଜାଣନ୍ତି ନାହିଁ। ଏଠାରେ ଲୁଚାଇବାକୁ କିଛି ନାହିଁ। ସୁପ୍ରିମ୍ କୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି ବୋଲି ସୁଲତା ଦେଓ କହିଛନ୍ତି।